Image Courtesy of Hindustan Times
ନୂଆଦିଲ୍ଲୀ: ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ହେଉଛି ବିଶ୍ବରେ ତୃତୀୟ ବୃହତ୍ ତଥା ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବିମାନ ଚଳାଚଳ ବଜାର ବୋଲି ଆଜି ‘ଇଣ୍ଡିଆ ଏନର୍ଜି ଫୋରମ୍’ରେ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏଥିସହ ‘ଗ୍ଲୋବାଲ୍ ଫୋର୍ସ ମଲ୍ଟିପ୍ଲାୟର୍’ ହେବାକୁ ଭାରତର ସାମର୍ଥ୍ୟ ରହିଛି ଏବଂ ଆତ୍ମନିର୍ଭର ଭାରତ ଜରିଆରେ ବିଶ୍ବ ଅର୍ଥନୀତିରେ ଦେଶ ‘ଫୋର୍ସ ମଲ୍ଟିପ୍ଲାୟର୍’ ହୋଇପାରିବ। ଊର୍ଜା ନିରାପତ୍ତା ହେଉଛି ଆମ ଉଦ୍ୟମର ମୂଳ କଥା ବୋଲି ପ୍ରଧାନମନ୍ତ୍ରୀ ମତ ରଖିଥିଲେ।
‘ଇଣ୍ଡିଆ ଏନର୍ଜି ଫୋରମ୍’ରେ ଭର୍ଚ୍ୟୁଆଲ୍ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଭାରତର ଊର୍ଜା ଯୋଜନାର ଲକ୍ଷ୍ୟ ହେଉଛି ‘ଊର୍ଜା ନ୍ୟାୟ’କୁ ସୁନିଶ୍ଚିତ କରିବା। ସେ ଆହୁରି ମଧ୍ୟ କହିଥିଲେ ଯେ, ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାର ବଢ଼ାଇବାରେ ସବୁଠୁ ସକ୍ରିୟ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଗୋଟିଏ ଛୋଟ ‘କାର୍ବନ୍ ଫୁଟ୍ପ୍ରିଣ୍ଟ୍’ରୁ ଆମ ଊର୍ଜା ସେକ୍ଟର୍ ଅଭିବୃଦ୍ଧିକେନ୍ଦ୍ରିକ, ଶିଳ୍ପ ଅନୁକୂଳ ଏବଂ ପରିବଶେ ସଚେତକ ହୋଇପାରିବ।
Image Courtesy of The Times of Indiaଊର୍ଜା ସଂରକ୍ଷଣରେ ଭାରତର ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ଗତ ଛଅ ବର୍ଷ ମଧ୍ୟରେ ୧୧ ନିୟୁତରୁ ଅଧିକ ‘ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍’ ଲଗାଯାଇଛି। ଏହା ବର୍ଷକୁ ପ୍ରାୟ ୬୦ ବିଲିୟନ୍ ୟୁନିଟ୍ ଊର୍ଜା ବଞ୍ଚାଇ ପାରୁଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ବାର୍ଷିକ ୪.୫ କୋଟି ଟନ୍ ‘ଗ୍ରିନ୍ ହାଉସ୍ ଗ୍ୟାସ୍’ ନିର୍ଗମନ ହ୍ରାସ ପାଇଛି।
ସମ୍ପ୍ରତି ୨୫୦ ନିୟୁତ ଟନ୍ ଥିବା ଭାରତର ତୈଳ ବିଶୋଧନ ସାମର୍ଥ୍ୟ ୨୦୨୫ ସୁଦ୍ଧା ୪୫୦ ନିୟୁତ ଟନ୍ରେ ପହଞ୍ଚିବ। ଘରୋଇ ଗ୍ୟାସ୍ ଉତ୍ପାଦନ ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ‘ଏକ ଦେଶ, ଏକ ଗ୍ୟାସ୍ ଗ୍ରିଡ୍’ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିବା ସହ ଗ୍ୟାସ୍ଭିତ୍ତିକ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।
Follow Us